सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ମହା ବିନାଶ ସମୟର ଦେବଦୂତ- କେଦାର ଘାଟି

ଉତ୍ତରାଖଣ୍ଡ

parivartan-img

ଗୁପ୍ତ କାଶୀରେ ଥିବା ଛାତ୍ରାବାସ 

କେଦାର ଘାଟିରେ ଆସିଥିବା ଜଳ ପ୍ରଳୟକୁ କେହି ବୋଧହୁଏ ଭୁଲିନଥିବେ ।  ଜୀବନ ପ୍ରଦାନ କରୁଥିବା ଜଳ, ପ୍ରଳୟଙ୍କାରୀ ହୋଇଯାଏ ତାହାର ଏକ ଜଳନ୍ତା ଉଦାହରଣ କେଦାରଘାଟି ପ୍ରଳୟ । ଆଲକାନନ୍ଦା ନଦୀରେ ଏହି ମହାପ୍ରଳୟର ଖବର ଆମେ ସମସ୍ତେ ଟିଭିରେ ଦେଖିଛୁ  ।  ଏହି କାହାଣୀ ମାଧ୍ୟମରେ  ଆମ୍ଭେ  ଏହି କଠିନ ପରିସ୍ଥିତିରେ ମାନବତାର ଛାପହୋଇ ଏହି ବେସାହାରାଙ୍କ ସାହାରା ବନିଥିବା  ସ୍ୱୟଂସେବକଙ୍କ କଥା ଚର୍ଚ୍ଚା କରିବା ।  ଏହି  ଆପଦା ସମୟରେ କଠିନ ରାସ୍ତାଦେଇ ସେବାକାର୍ଯ୍ୟ କରିବା ପାଇଁ ପହଂଚି ଥିଲେ ସଂଘର ସ୍ୱୟଂସେବକ  ।

କେଦାର ଘାଟିରେ ପ୍ରଥମ ହେଲିପ୍ୟାଡ଼ ନିର୍ମାଣ ଠାରୁ ଆରମ୍ଭକରି ଏହି ଆପଦାରେ ଅନାଥ ହୋଇଥିବା ପିଲାମାନଙ୍କ ପାଠପଢା ବ୍ୟବସ୍ଥା କରିବା ସଂଘ ଆଜି ପର୍ଯ୍ୟନ୍ତ କରି ଆସୁଅଛି । 


ପିଡୀତଙ୍କୁ ଖାଦ୍ୟ ଯୋଗାଉଥିବା ସ୍ୱୟଂସେବକ

ଆପଣମାନେ କେହି ବି ଯୋଗେନ୍ଦ୍ର ଓ ବ୍ରଜମୋହନ ବିଷ୍ଣୁଙ୍କ ନାମ ଶୁଣି ନଥିବେ ।  ସଂଘର ଏହି ଦୁଇଜଣ ସ୍ୱୟଂସେବକ ସେନା ଓ ବାୟୁସେନା ପହଂଚିବା ଆଗରୁ ପ୍ରାଇଭେଟ ହେଲିକପ୍ଟରରେ ଯାତ୍ରୀମାଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଥିଲେ ।  ୧୬ ଓ ୧୭ ଜୁନର ବର୍ଷା ସବୁକିଛି ନଷ୍ଟ କରିଦେଇଥିଲା ସେତେବେଳେ ହେଲିକପ୍ଟର ଓହ୍ଲାଇବା ପାଇଁ ମଧ୍ୟ ଜାଗା ନ ଥିଲା ।  ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଏହି ସାହସୀ ଯୁବକମାନେ ପାରଚୁଟ ଦ୍ୱାରା ଓହ୍ଲାଇ ପ୍ରଥମ  ହେଲିପ୍ୟାଡ଼ ନିର୍ମାଣ କଲେ ଏବଂ ତାପରେ ତୁରନ୍ତ ରାମବାଡା, ଘୋଡାପାହାଡ ଓ ଗୌରୀକୁଣ୍ଡରେ ଫସିଥିବା ଯାତ୍ରୀମାଙ୍କୁ ଉଦ୍ଧାର କରିଥିଲେ ।  କେଦାରନାଥ ମନ୍ଦିର ପଛପଟେ  ଓ ଜଙ୍ଗଲ ଭିତରେ ସେନା ଟିମର  ସହାୟତାରେ ହେଲିପ୍ୟାଡ଼ ନିର୍ମାଣଥିଲେ ।  କେଉଁ କେଉଁ ଜାଗାରେ ୫୦ ଫୁଟ ଉଚ୍ଚରୁ ଦଉଡି ସାହାଯ୍ୟରେ ତଳକୁ ଆସି ଲୋକମାନଙ୍କୁ ଉଦ୍ଧାର କରିଥିଲେ ।   ଏହି ଦୁଇଜଣ ସାହସୀ ଯୁବକ ଯାହାକିଛି କରିଗଲେ ସେନାର ଟ୍ରେନିଂ କରିଥିବା ସୈନିକମାନଙ୍କ ସମକକ୍ଷ ଥିଲା ।


"କେଦାର ଘାଟିରେ ସେବାଦୂତ

ପିନେକଲ ଏଭିୟସକ କମ୍ପାନୀ"ର କର୍ମଚାରୀଙ୍କ ମନାକରିବା ସତ୍ତ୍ୱେ ଏହି ଯୁବ ସ୍ୱୟଂସେବକ ଜୀବନ ରକ୍ଷା କାର୍ଯ୍ୟ ଜାରିରଖିଥିଲେ । 


ବନ୍ୟା ପୂର୍ବରୁ ଏବଂ ପରେ

ଏବେ ଗଣେଶ ଆଗୋତାଙ୍କ କଥା ଶୁଣିବା ।  ଯିଏ କି ଏକ ହୃଦରୋଗୀ ବୃଦ୍ଧଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ନିଜ କାନ୍ଧରେ ବସାଇ ୬ କିଲୋମିଟର ମନୋରୀ  ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ ।  ଏହି ଭଳି ଅନେକ କାହାଣୀ ରହିଛି ଏହି ଘାଟିରେ । ଏହି ଅସୁବିଧାର ପ୍ରତ୍ୟେକ ନିର୍ଘଣ୍ଟରେ ସଂଘର ସ୍ୱୟଂସେବକମାନେ ଯାତ୍ରୀଙ୍କ ପ୍ରତ୍ୟେକ ଅସୁବିଧା ସହ ଠିଆ ହୋଇଥିଲେ ।  ମନୋରୀ ସେବାଶ୍ରମ ଚମ୍ପାର ଦିଖୋଲ ଗାଁ ଉଖୀମଠର ଆଖପାଖ  ଉଣ୍ଡା ପର୍ଯ୍ୟନ୍ତ ୬୮ ଗାଁରେ ରିଲିଫ କ୍ୟାମ୍ପରେ ଭୋଜନ, ପୋଷାକପତ୍ର ଭଳି ସବୁ ପ୍ରକାର ଜରୁରୀ ସହାୟତା ଦିଆଯାଇଥିଲା। କେବଳ ମନୋରୀରେ  ୧୦,୦୦୦ ତୀର୍ଥ ଯାତ୍ରୀଙ୍କ  ବ୍ୟବସ୍ଥା କରାଯାଇଥିଲା  ।  ଦିଖୋଲ ଗାଁରେ ୨୦,୦୦୦ ଲୋକଙ୍କ ପାଇଁ ଜରୁରୀ ସାମଗ୍ରୀ ଦିଆଯାଇଥିଲା । ଚମୋଲିର ସରସ୍ବତୀ ଶିଶୁମନ୍ଦିର ଓ ମନୋରୀ ସେବାଶ୍ରମ ଏହି ଦୁଇଟି ଜାଗାରେ ବହୁଦିନ ଧରି ରିଲିଫ  ସାମଗ୍ରୀ ବଣ୍ଟାଯାଇଥିଲା । ଯାତ୍ରୀ ଓ ସେନାମାନେ ସମସ୍ତେ ଏଠାରେ ଭୋଜନ କରିଥିଲେ । ଶେଷ ପର୍ଯନ୍ତ ଉତ୍ତରାଖଣ୍ଡର ଦୈବୀୟ ଆପଦା ସମିତି ଦ୍ୱାରା ଏହି ସେବାକାର୍ଯ୍ୟ ଚାଲୁ ରହିଲା । ଗୌରୀକୁଣ୍ଡ, ରାମବାଡା, ସନାରାଟି, ସୋନପ୍ରୟାଗ ସହିତ କେଦାରଘାଟିର ସ୍ଥାନୀୟ ଲୋକମାନେ ନିଜର ବାସଗୃହ ସହିତ ରୋଜଗାର ବି ହରାଇଥିଲେ. ବଂଚିବା ପାଇଁ କିଛି ବାଟ ଦିଶୁନଥିଲା । ସେତେବେଳେ ସମିତି ଦ୍ୱାରା ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମଧ୍ୟ ଚାଲୁଅଛି । ସମିତିର ସଂଗଠନ ମନ୍ତ୍ରୀ ରାଜେଶ ଥପଲିୟାଲଙ୍କ ମାଧ୍ୟମରେ ଜଳପ୍ରଳୟରେ ଅନାଥ ହୋଇଥିବା ୬-୧୨ ବର୍ଷର ୨୦୦ ପିଲା ପାଇଁ ନେବାଡ଼,  ଲକ୍ଷେଶ୍ୱର,  କୋଟିଆଁଲୋନୀ ଗୁପ୍ତକାଶୀରେ ୪ ଟି ଛାତ୍ରାବାସ  ଚାଲୁଅଛି । ଏବେ ବି କିଛି ଗାଁରେ ବିଜୁଳି ଆସିପାରିନାହିଁ. ସେଠାରେ ସୋଲାର ଲ୍ୟାମ୍ପ ଦିଆଯାଇଅଛି. ପିଡୀତ ଗାଁରେ ପାଠ ପଢିବା ପାଇଁ ମାସକୁ ୧୦୦୦ ତାଙ୍କ ଭତ୍ତା ଦିଆଯାଉଅଛି. ଉଷାଡା, ସ୍ଥାନଟେ ସମେତ ୮ଟି ଗାଁରେ ଚିକିତ୍ସାଲୟ ସେଣ୍ଟର ଖୋଲାଯାଇଛି । କେବଳ ଏତିକି ନୁହେଁ  ପିଲାଙ୍କୁ ପଢ଼ାଇବା ପାଇଁ ପ୍ରାଥମିକ ଶିକ୍ଷା ପାଇଁ ୪ଟି ଶିଶୁ ମନ୍ଦିର  ଓ ୮ଟି ସଂସ୍କାର କେନ୍ଦ୍ର ଚାଲୁଅଛି । ନାରାୟଣ କୋଟାରେ ୩୦ଟି ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପ୍ରାରମ୍ଭ ହୋଇଛି. ଯେଉଁଠି ପିଡୀତ ପରିବାରର ଚିକିତ୍ସା ମାଗଣାରେ କରାଯାଉଛି । ଚାରି ବର୍ଷରେ ସମସ୍ତେ ଏହି ପ୍ରଳୟକୁ ଭୁଲିଗଲେ କିନ୍ତୁ ସଂଘର ସ୍ୱୟଂସେବକ ଏବେବି ଥଇଥାନ କାର୍ଯ୍ୟରେ ଲାଗି  ରହିଛନ୍ତି । 

ଯୋଗାଯୋଗ କରନ୍ତୁ |:= ରାଜେଶ ଥାପଲିୟାଲ

9410196581

1563 Views
अगली कहानी