नियमित अपडेट के लिए सब्सक्राईब करें।
ଔରଙ୍ଗାବାଦ | ମହାରାଷ୍ଟ୍ର
 
           
ଔରଙ୍ଗାବାଦ ନିକଟରେ ଥିବା ଏକ ଛୋଟ ଗାଁ ଖାମଖେଡାରେ 65 ବର୍ଷ ବୟସର ଭାମା ଆଜ୍ଜିର ଆଖି ଭରି ଆସିଲା। ଯେତେବେଳେ ସେ ପ୍ରଥମ ଥର ପାଇଁ ସରକାରୀ କାଗଜରେ ଟିପଚିହ୍ନ ବଦଳରେ କଲମରେ ହସ୍ତାକ୍ଷର କରିଥିଲେ। ନିଜ ଗାଁକୁ ଅନେକ ଦିନରୁ ଜାଣିଥିଲେ, କିନ୍ତୁ ଆଜି ବସରେ ଲେଖା ହୋଇଥିବା ନିଜ ଗାଁ ନାମ “ଖାମଖେଡା” ପଢି ଉଚ୍ଚ ସ୍ଵରରେ ସମସ୍ତ ଗ୍ରାମବାସୀଙ୍କୁ କହୁଥିଲେ କି ଏବେ ସେ ପଢିବା ଲେଖିବା ପାଇଁ ସକ୍ଷମ ଅଟନ୍ତି। ବୋଧହୁଏ ଏବେ ମଧ୍ୟ ସେ ପଢି ପାରିବେ, ଲେଖି ପାରିବେ ଏ ବିଶ୍ଵାସ ତାଙ୍କୁ ହେଉ ନ ଥିଲା। 
                ଅନ୍ୟତ୍ର ଔରଙ୍ଗାବାଦର ଇନ୍ଦିରା ନଗରରେ ରହୁଥିବା ଆଶା ନାମକ ଝିଅର ମଦୁଆ ସ୍ଵାମୀ ପାଇଁ ଭୋକ ଉପାସରେ ରହିବା ଭାଗ୍ୟ ଥିଲା। ଅବସ୍ଥା ସୁଧୁରିବାର କୌଣସି ଆଶା ନ ଥିଲା। ସେହି ସମୟରେ 22 ବର୍ଷୀୟ ଆଶା ସାବିତ୍ରୀ ବାଇ ଫୁଲେ ଏକାତ୍ମ ସମାଜ ମଣ୍ଡଳର ସମ୍ପର୍କରେ ଆସିଲା। ଆଜି ଆଶା ତାଇ 42 ବର୍ଷ ବୟସରେ ବହୁତ ଲୋକଙ୍କୁ ନିର୍ସିଙ୍ଗ ବ୍ୟୁରରେ କାମ ଶିଖଉଛନ୍ତି ଏବଂ ରୋଜଗାର ମଧ୍ୟ ଦେଉଛନ୍ତି । ସମାଜର କୁରିତିର ବେଢିରୁ ବାହାରି ନିଜର ଶିକ୍ଷା ପୁନଃ 
ଆରମ୍ଭ କରି ଦଶମ ଶ୍ରେଣୀ, +2 ବିଜ୍ଞାନ ଏବଂ ସ୍ନାତକ କରିଥିଲେ।  ତିହିଁରେ 3 ଟି ପିଲା ଦାୟିତ୍ଵ ତୁଲାଇବା ଏତେ ସହଜ ହୋଇ ନ ଥିଲା। କିନ୍ତୁ ସଂସ୍ଥାର “ ସଶକ୍ତ ନାରୀ” ମଣ୍ଡଳ ପରିବାରକୁ ଏକ  ଚିନ୍ତାଧାରା,  ସାହସ ଓ ଜୀବନ ପଥ ବଦଳାଇଲା।  
                ମଣ୍ଡଳର ଅଧ୍ୟକ୍ଷ ଔରଙ୍ଗାବାଦର ପୂର୍ବ  ନଗର କାର୍ଯ୍ୟବାହ ଡ. ଦିବାକର କୁଲକାର୍ଣ୍ଣି ଜୀ କହନ୍ତି କି – ସାବିତ୍ରୀ ବାଇ ଫୁଲେ ଏକାତ୍ମ ସମାଜ ମଣ୍ଡଳରୁ ସ୍ଵୟଂସେବୀ ମହିଳା 302 (ଗଟ) ସ୍ଵୟଂ ସହାୟତା ସମୂହ ଓ ବିଭିନ୍ନ ପରିଯୋଜନାକୁ ପାଖାପାଖି 2000 ରୁ ଅଧିକ ସ୍ଵୟଂସେବୀ ଯୋଡି ହୋଇଛନ୍ତି। ଏହାର ଅନ୍ତର୍ଗତ 43 ରୁ ଅଧିକ ଯୋଜନା ଯେଉଁଥିରୁ କିଛି ନିଃଶୁଳ୍କ ଓ କିଛି ନାମମାତ୍ର ଟୋକନ ଶୁଳ୍କ ଉପରେ ଆଧାରିତ ହୋଇ ଚାଲୁଅଛି। ଯେଉଁଥିରେ ନିସ୍ଵାର୍ଥ ସେଵା ଦୃଷ୍ଟିରେ ପ୍ରାଥମିକ ସ୍ଵାସ୍ଥ୍ୟ, ସେବା, ଶିକ୍ଷା, କୃଷି, ସ୍ଵଚ୍ଛଜଳ, ବାଳକ, ବିଦ୍ୟାର୍ଥି, କିଶୋରୀ ମାନଙ୍କ ପାଇଁ, ବ୍ୟକ୍ତି ବିକାଶ କେନ୍ଦ୍ର, ନାରୀ ସଶକ୍ତିକରଣ ଓ ଜୀବନ ସ୍ତରକୁ ସୃଦୃଢ, ସମୃଦ୍ଧ କରାଇବାର କୌଶଳ ବିକାଶ କେନ୍ଦ୍ରଭଳି ଅନେକ ପରିଯୋଜନାର ଲାଭ ଔରଙ୍ଗାବାଦ ନଗରର 45ଟି କଚ୍ଚା ବସ୍ତି ଓ ପାଖାପାଖି 270 ଗ୍ରାମର 55ଲକ୍ଷ  ରୁ ଅଧିକ ଲୋକଙ୍କୁ ବିଭିନ୍ନ ରୂପରେ ମିଳୁଅଛି। 
                ଲକ୍ଷ ଲକ୍ଷ ଜୀବନରେ ଆଶା ଭରୁଥିବା ଏହି ମଣ୍ଡଳର ସ୍ଥାପନ କେବେ ଓ କେମିତି ହେଲା ଏହାର କାହାଣୀ ମଧ୍ୟ ଅତି ରୋଚକ ଅଟେ। ସାଧାରଣ ଲୋକଙ୍କୁ ସୀମିତ ଖର୍ଚ୍ଚରେ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟସେବା ପ୍ରଦାନ କରାଇବାର ମୁଖ୍ୟ ଉଦ୍ଦେଶ୍ୟରେ ମାତୃ ସଂସ୍ଥା ଡ. ବାବାସାହେବ ଅମ୍ବେଦକର ବୈଦ୍ୟକୀୟ ପ୍ରତିଷ୍ଠାନର ଅନ୍ତର୍ଗତ 7 ଜଣ ଡାକ୍ତର ନିଜର ପୁଞ୍ଜିରେ 1989 ମସିହାରେ ଡାକ୍ତର ହେଡ୍ଗେଞ୍ଵାର ଚିକିତ୍ସାଳୟର ସ୍ଥାପନା ହେଲା। 
                ସର୍ବ ପ୍ରଥମ ଡାକ୍ତର ହେଡଗେଞ୍ଵାର ଚିକିତ୍ସାଳୟ ଦ୍ଵାରା ନଗରର 3ଟି ପଛୁଆ ବସ୍ତିରେ ଆରୋଗ୍ୟ କେନ୍ଦ୍ର ସ୍ଥାପିତ କରାଗଲା। ମାତ୍ର ଏତିକି ପର୍ଯ୍ୟପ୍ତ ନ ଥିଲା। ସେବା ବସ୍ତିର ପିଲାଙ୍କୁ ପାଠପଢା ଓ ମହିଳାଙ୍କ ସଶକ୍ତିକରଣର ପ୍ରୟୋଜନକୁ ବିଝିବା ସହ 1994ରେ ସାବିତ୍ରୀ ବାଇ ଫୁଲେ ମହିଳା ଏକାତ୍ମ ସମାଜ (SPMESM) ମଣ୍ଡଳର ପ୍ରତିଷ୍ଠା କରାଗଲା। 
ସାବତ୍ରୀ ବାଇ ଫୁଲେ ଏକାତ୍ମ ସମାଜ ଟ୍ରଷ୍ଟି ମାଧୁରୀ ଦିଦି କହନ୍ତି କି- ପଇସାର ଅଭାବ ଓ ବାଲ ବିବାହ କରିବାର ମାନସିକତା ଏହି ବସ୍ତିରେ କିଛି ବିଚିତ୍ର ନ ଥିଲା।

 
                16 ବର୍ଷ ଆୟୁର ପ୍ରିୟଙ୍କା ବହୁତ ଶାନ୍ତ ଓ ଲାଜକୁଳି ଝିଅଟେ ଥିଲା । ସେହି ପରିସ୍ଥିତିରେ ତାର ମଧ୍ୟ କମ ବୟସରେ ବିଭାଘର ହୋଇ ଯାଇଥାନ୍ତା। କିନ୍ତୁ ମଣ୍ଡଳର ସହଯୋଗରେ ପଢାପଢି ସହିତ ମୁକୁନ୍ଦାବାଡିରେ କରାଟେର ପ୍ରଶିକ୍ଷଣ ନେଲେ। ଆଜି କରାଟେରେ ବ୍ଲାକବେଲ୍ଟ ପ୍ରିୟଙ୍କା ରାଜ୍ୟସ୍ତରୀୟ ଚମ୍ପିଆନ ଏବଂ ମୁକନ୍ଦାବାଡିର  ଆରୋଗ୍ୟ କେନ୍ଦ୍ରରେ ସବୁ ପିଲାଙ୍କୁ ନିଃଶୁଳ୍କ ପ୍ରଶିକ୍ଷଣ ଦେଉଛନ୍ତି। 
                ଏବେ କିଶୋରୀମାନେ ସ୍ଵୟଂ ସଂଗଠିତ ହୋଇ ନିଜ ସ୍ଵରକୁ ସଶକ୍ତ କରୁଛନ୍ତି। ମଣ୍ଡଳ ଅନ୍ତର୍ଗତ ଚାଲୁଥିବା 18ଟି ବିଦ୍ୟାର୍ଥି ବିକାଶ କେନ୍ଦ୍ର 19ଟି କିଶୋରୀ ବିକାଶ କେନ୍ଦ୍ର ଯେଉଁଥିରେ 10 କେନ୍ଦ୍ରରେ 15000 ରୁ ଅଧିକ ପିଲାଙ୍କୁ ପ୍ରବୋଧନ ପର୍ଯ୍ୟନ୍ତ ଦେବାର କାର୍ଯ୍ୟ ଚାଲୁଅଛି।
                ଅଳ୍ପ ବୟସରୁ ବିବାହ ଓ ପାଠପଢା ଛାଡୁଥିବା ଉପରେ ନଜର ରଖିବା ଓ ରୋକିବା ପାଇଁ ବିଭିନ୍ନ ଗତିବିଧି ସହିତ ଶିକ୍ଷାକୁ ପ୍ରାଥମିକତା ଦେବା, କିଶୋର ଅବସ୍ଥାରେ ଜାଗୃତ ଓ କିଶୋରୀମାନଙ୍କ ସ୍ଵରୂପ ଉପରେ ଧ୍ୟାନଦେଇ ସବୁ ଗଡିବିଧି ଉପରେ ବିଶେଷ ପରିଯୋଜନା ଚଲା ଯାଉଛି । ଏମାନଙ୍କ ମଧ୍ୟରେ ଯୁବାପିଢି  ସ୍ଵାକ୍ଷର, ସକ୍ଷମ, ଆତ୍ମନିର୍ଭରଶୀଳ ନାରୀ ସଶକ୍ତି କରଣର କ୍ରିୟାକଳ୍ପରେ ଭାଗ ନେଇ ନିଜର ଆତ୍ମସମ୍ମାନ ଓ ନିଜର ଭବିଷ୍ୟତକୁ ସଂରକ୍ଷିତ କରୁଛନ୍ତି।
                ଆତ୍ମନିର୍ଭର ହେଉଥିବା କୌଶଳ ବିକାଶ କେନ୍ଦ୍ର ଗ୍ରାମ ହେଊ କିମ୍ବା ସହର ସମସ୍ତଙ୍କ ଜୀବନ ସ୍ତରୁକୁ ସଧାରୁଛି।
ଔରଙ୍ଗାବାଦର ନିଲମ କେବେ ବି ଭାବି ନ ଥିଲେ କି ସ ଏକ ଖ୍ୟାତିସମ୍ପର୍ଣ୍ଣ ବିୟୁଟି ସିଆନ ହୋଇ ପାରିବେ। ନା ହିଁ ନିଲମ ଭାବିଥିଲେ 
କି ସେ ଏକ ଅଟା ଚକ୍କିର ମାଲିକାଣୀ ହୋଇ ପାରିବେ। ପଞ୍ଚମ ଶ୍ରେଣୀରେ ପଢିବା ପାଇଁ ଆସିଥିବା ଅବିନାଶ 
ଆଜି ଜଳ ସୁଦ୍ଧିକରଣ କାରଖାନାର ମାଲିକ ହୋଇ ପାରିଛନ୍ତି। ଯିଏ କି ନିଜ ସେବା ସଂସ୍ଥାନକୁ ଦେବାପାଇଁ ସର୍ବଦା ତତ୍ପର ଅଟନ୍ତି। 
                ମଣ୍ଡଳର ସମସ୍ତ ଗିତିବିଧିରେ ଆରମ୍ଭରୁ ହିଁ ସମସ୍ତ ଭୁମିକାରେ ଥିବା ସବିତା କୁଲକର୍ଣ୍ଣି କୁହନ୍ତି –
                ଦେଶର ଭବିଷ୍ୟ ପିଲାମାନଙ୍କ ଉଚ୍ଚ ସଂସ୍କାର ଓ ପୋଷଣର ଆଧାର ମଣ୍ଡଳକୁ ପ୍ରାଥମିକ ଶିକ୍ଷାକେନ୍ଦ୍ର କେବଳ ପିଲାମାନଙ୍କୁ ପଢାନ୍ତି ନାହିଁ ବରଂ ଶିକ୍ଷକ ଓ ମାତା-ପିତାଙ୍କୁ ମଧ୍ୟ ଉଚିତ ପ୍ରଶିକ୍ଷଣ ଦେଉଛନ୍ତି। ବିହଙ୍ଗ ଶିକ୍ଷଣ କେନ୍ଦ୍ରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅଲଗା ଅଲଗା ବିଚାରଧାରା (Speech
Therapy)  ସ୍ପିଚଥେରାପି (Physiotherapy) ଫିଜିଓଥେରାପି, (Music Therapy) ମ୍ୟୁଜିକଥେରାପି, (Parent sports Group) ପ୍ୟାରେଣ୍ଟ ସ୍ପର୍ଟ ଗ୍ରୁପ ସୋସିଆଲର ଏଜୁକେସନ ଉପରେ ପ୍ରଶିକ୍ଷଣ ଇତ୍ୟାଦି ଗତିବିଧି ଚାଲୁ ରହିଛି। 
                300 ରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନୂଆ ପରିସରର 
ନିର୍ମାଣ ମଧ୍ୟ ହୋଇଅଛି। 
                ଡାକ୍ତର ଈଶ୍ଵରଙ୍କର ହିଁ ସ୍ଵରୂପ ଅଟନ୍ତି। ଏହା ଆମେ ସମସ୍ତେ ଶୁଣିଥିଲେ। ମାତ୍ର ଏହି ସଂସ୍ଥାନ ଅନ୍ତର୍ଗତ ବିଭିନ୍ନ ଆୟାମ ଆମ୍ଭମାନଙ୍କୁ ଡାକ୍ତରଙ୍କ ବିସ୍ତୃତ ଚିନ୍ତାଧାରା ଓ 
ଅନେକ ଅଭୁତପୂର୍ବ କାର୍ଯ୍ୟକ୍ଷେତ୍ରକୁ ଦର୍ଶାଏ। 
नियमित अपडेट के लिए सब्सक्राईब करें।