सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ଜୀବନ ପଟଳରେ ପରିଶ୍ରମର ମୂଲ୍ୟ

ରାଜସ୍ଥାନ | ମହାରାଷ୍ଟ୍ର

parivartan-img

ମଥାରେ ସିନ୍ଦୁର, ହାତରେ ମେହେନ୍ଦୀ ଏବଂ ଉଜ୍ଜ୍ୱଳ ଲାଲ ଯୋଡିରେ ସୁସଜ୍ଜିତ ରାକ୍ଷୀ, ଉଷା ଏବଂ ସୀମାଙ୍କର ଜୀବନ ଆଜି ଖୁସିରେ ଭରି ଯାଉଛି  | ସେବାଭାରତୀ ଅନୁପଗଡ  ଦ୍ଵାରା ଆୟୋଜିତ ହୋଇଥିବା  ସମୂହିକ ବିବାହ କାର୍ଯ୍ୟକ୍ରମରେ ଏହି ଭିକ୍ଷା କରି ଚଳୁଥିବା  ଝିଅମାନଙ୍କୁ ଦେଖି, କେବଳ ସେମାନଙ୍କ ପିତାମାତା ନୁହଁନ୍ତି, ଆଖପାଖର ଲୋକମାନେ ମଧ୍ୟ ସେବାଭାରତୀର କାର୍ଯ୍ୟକର୍ତ୍ତାଙ୍କୁ ଆଶିର୍ବାଦ ଦେଇଥିଲେ। ସେବା ଭାରତୀ ଅନୁପଗଡ ଭିକ ମାଗୁଥିବା ପରିବାରମାନଙ୍କୁ ଟେଲରିଂ, ମେହେନ୍ଦୀ, ପାର୍ଲର ଏବଂ ଅନ୍ୟାନ୍ୟ ନିଯୁକ୍ତିଭିତ୍ତିକ ତାଲିମ ଦେଇ ଆତ୍ମନିର୍ଭରଶୀଳତାର ପଥ ଦେଖାଇଲା | ଯେଉଁ ଘରଗୁଡ଼ିକରୁ ସୀମା ଖାଦ୍ୟପାଇଁ ହାତ ପତାଉଥିବା ,  ବେଳେ ତାଗିଦ ଓ ଅପମାନର ଶିକାର ହେଉଥିଲେ, ଆଜି ସେହି ଘରଗୁଡ଼ିକରେ ମେହେନ୍ଦୀ ଲଗାଇବା ପାଇଁ ସେ ପରିଚିତ | ବର୍ଷ ବର୍ଷଧରି, ପୁନମ ଘର ଘର ବୁଲି ଭିକ୍ଷା କରୁଥିଲା, ମାତ୍ର ଆଜି ପୁନମ ସ୍ଵାବଲମ୍ବନ କେନ୍ଦ୍ରରେ ଟେଲରିଂ ଶିଖିବା ପରେ "ପୁନମ ବୁଟିକ" ଖୋଲିବାକୁ ପ୍ରସ୍ତୁତି କରୁଛି ।


            ଅନୁପଗଡରେ ସାନସି, ବିହାରୀ, ତୋଲି, ବାଜିଗର ବସ୍ତିର ପ୍ରାୟ 110 ପରିବାର ଅଛନ୍ତି | ଯେଉଁମାନେ ଶିକ୍ଷା, ରୋଜଗାର ଏବଂ ଏକ ସଭ୍ୟ ସମାଜ ଠାରୁ ଦୂରରେ ରହି, ଡାଲି, ଚାଉଳ ଭିକ୍ଷା କରି ଅଳିଆଗଦାରେ ଜୀବନ ବିତାଉ ଥିଲେ।

            ସେବାଭାରତୀ ଯୋଧପୁର ପ୍ରାନ୍ତ ସ୍ଵାବଲମ୍ବନ ପ୍ରମୂଖ ଶ୍ରୀ ଦିନକର ପାରିକ ଏବଂ କ୍ଷେତ୍ରୀୟ ପ୍ରଶିକ୍ଷଣ ପ୍ରମୁଖ ଶ୍ରୀ ଗୋବିନ୍ଦ  କୁମାରଙ୍କ ସାତ-ଆଠ ବର୍ଷର  ଉଦ୍ୟମରେ  ଏହି ସମସ୍ତ ପରିବାର କଠିନ ପରିଶ୍ରମ କରି ଆତ୍ମସମ୍ମାନ ସହ ବଞ୍ଚିବାକୁ ଶିଖିଛନ୍ତି ।  ଫୁଲ ଲଗାଉ ଥିବା ମାଳି ଜାଣେନାହିଁ ଫୁଲର ସୁଗନ୍ଧ କେତେଦୂର ବିସ୍ତାର ହେବ |

            ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସରକାରୀ ଯୋଜନାର ସୁଯୋଗ ନେଇ ଅଷ୍ଟମ ଶ୍ରେଣୀରେ ପଢୁଥିବା ଅନାଥ ନିଜ ଦକ୍ଷତା ସହିତ ତାଙ୍କ ଭବିଷ୍ୟତର ଦିଗ ନିର୍ଣ୍ଣୟ କରୁଛନ୍ତି | ଅଧ୍ୟୟନ ସହିତ, ସେ ନିଜ କାର୍ଯ୍ୟରୁ ମାସକୁ ଗ୍ୟାରେଜରେ କାର ସିଟ୍ ତିଆରି କରି 7000 ଟଙ୍କା ରୋଜଗାର କରୁଛନ୍ତି।  ଏହି ବସ୍ତିର ସୀମା   ଜଣେ ଫିଜିଓଥେରାପିଷ୍ଟ ଭାବରେ ତାଲିମ ନେଉଥିବାବେଳେ ସୁନୀତା ବି.ଏ. କରିବା ସହିତ ପିଲାମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଛନ୍ତି |


            ଗୋବିନ୍ଦଜୀ କୁହନ୍ତି, ଅଜ୍ଞନତାର ଅନ୍ଧକାରରେ ବୁଡି, ମଦ୍ୟପାନରେ ବୁଡ଼ି, ଏହି ବସ୍ତିର ଲୋକମାନେ ଦୁଇଥର ରୁଟି ଖୋଜି ପିଲାମାନଙ୍କୁ ଶିକ୍ଷାଦେବାର ଚିନ୍ତାଧାରଠୁ ବହୁ ଦୂରରେ ଥିଲେ। କାର୍ଯ୍ୟକର୍ତ୍ତାଙ୍କ  ନିରନ୍ତର ଉଦ୍ୟମ ପାଇଁ ବର୍ତ୍ତମାନ 250 ରୁ ଅଧିକ ପିଲା ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିଶୋରୀ କେନ୍ଦ୍ରରେ କିଶୋରୀ ପ୍ରଶିକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଶ୍ରୀମତୀ ଜୟା ବିଜୟ ଚୌଧୂରୀ (ତହସିଲ ଅଧ୍ୟକ୍ଷ,  ମହିଲାମଣ୍ଡଳ ଅନୁପଗଡ) ତାଙ୍କ ସେବାକାର୍ଯ୍ୟ ସମୟରେ ବସ୍ତିରେ ମହିଳାଙ୍କ ସ୍ଥିତିର ପରିବର୍ତ୍ତନକୁ ଅତି ନିକଟରୁ ଦେଖୁଛନ୍ତି। ସେବାଭାରତୀ ସ୍ୱାଲମ୍ବନ କେନ୍ଦ୍ର ମାଧ୍ୟମରେ 17 ଟି ପ୍ରକଳ୍ପ ବର୍ଷ ସାରା ଏଠାରେ ଚାଲିଥାଏ | ଯେଉଁଠାରେ ମହିଳାମାନେ ସିଲେଇ ଶିଖିବାବେଳେ ବ୍ୟାଗ, ନାପି, ବିନ୍ଦୀ, ଓଁ ପତାକା ବନାଉଛନ୍ତି | ବସ୍ତିର ମହିଳାମାନେ ରାକ୍ଷୀ ତିଆରି କରି ଏବଂ ଦୀପାବଳିରେ ଦୀପ ଏବଂ ଲକ୍ଷ୍ମୀ, ଗଣେଶ ମୂର୍ତ୍ତି ତିଆରି କରି ପରିବାରକୁ ଆର୍ଥିକ ସହଯୋଗ କରୁଛନ୍ତି |

            ଏହି କାହାଣୀ 8 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ସ୍ଵୟଂସେବକ   ଦିନକର ପାରିକ ଏକ ବସ୍‌ରେ ଅନୁପଗଡରୁ ଦିଲ୍ଲୀ ଯାଉଥିଲେ । ସେତେବେଳେ  ବସର ଝରକାରୁ  ଦୁଇ ନିରୀହ ପିଲାଙ୍କୁ ଆବର୍ଜନା ପାତ୍ରରୁ କିଛି ଖାଦ୍ୟ ସାମଗ୍ରୀ ବାହାର କରି ଖାଉଥିବା ଦେଖି ସେଠାରେ ବସରୁ ଓହ୍ଲାଇଲେ। ତାଙ୍କର ଏହି ଯନ୍ତ୍ରଣା ଏବଂଏହି ବସ୍ତିବାସୀଙ୍କ ପାଇଁ କିଛି କରିବାକୁ ଇଚ୍ଛା ଏକ ଦୀର୍ଘ ସେବାଯାତ୍ରା ସୃଷ୍ଟିକଲା | ଭଜନ ସାନ୍ଧ୍ୟା ଏବଂ ସଂସ୍କୃତରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆଜି ପ୍ରତ୍ୟେକ ଘରେ ଆତ୍ମନିର୍ଭରଶୀଳ ହେବା ଦ୍ୱାରା ସମ୍ମାନକୁ ଆଲୋକିତ କରୁଛି |

            ଦିନକର ଭାଇ ଏବଂ ରାମରତନଜୀ (ତହସିଲ ଅଧ୍ୟକ୍ଷ ଅନୁପଗଡ) ଙ୍କ ଉଦ୍ୟମ ହେତୁ ଏହି ବସ୍ତିଗୁଡ଼ିକରେ   ବିବିଧ ସଚେତନତା ଶିବିର ଆୟୋଜନ କରାଯାଇଥିଲା, ଯାହା ମାଧ୍ୟମରେ ଏହି ପରିବାରକୁ ମାନ୍ୟତା ମିଳିଥିଲା। ଚାରି ଝିଅଙ୍କୁ ବୋଝ ଭାବୁଥିବା ଭିନ୍ନକ୍ଷମ ପୱନଙ୍କ ପରି ଅନ୍ୟ 5 ପରିବାର ମଧ୍ୟ ସରକାରୀ ଯୋଜନାର ଲାଭ ପାଇଲେ।   ପୁରୁଷମାନଙ୍କୁ କୌଶଳ ବିକାଶ ଅନ୍ତର୍ଗତରେ ବାଳ କାଟିବାର ତାଲିମ ଦିଆଯାଇଥିଲା | ଆଜି ସେମାନେ ଜେଲ ଅନ୍ତେବାସୀ, ବି.ଏସ.ଏଫ.ଯବାନ ଏବଂ କିଛି ଲୋକଙ୍କୁ ଦୋକାନ ଖୋଲି ବାଳ କାଟି ଏକ ସମ୍ମାନଜନକ ଜୀବନଯାପନ କରୁଛନ୍ତି। ଭିନ୍ନକ୍ଷମ ପୱନ ମଧ୍ୟ ଏକ ଛୋଟ କେଶକଟା ଦୋକାନ ଖୋଲିଛନ୍ତି।


            ପାଦ ଆଗକୁ ବଢାଇଲେ ରାସ୍ତା ଆଗକୁ ଆଗକୁ ଦେଖାଯାଏ। ଯଦି ଆପଣ ଗୋଟିଏ ପଦକ୍ଷେପ ନିଅନ୍ତି, ତବେ ରାସ୍ତା ଆପେ ଖୋଲିଯାଏ। ସୋମଦତ୍ତଜୀ କଚୋରିଆ (ଜିଲ୍ଲାସହ-ମନ୍ତ୍ରୀ ସୁରତଗଡ) କହନ୍ତି କି, ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବା , କାମ କରିବା ସମୟରେ ନିଶା ସେବନ କରିବେ ନାହିଁ ଏବଂ ପ୍ରତି ମାସରେ ତାଙ୍କ ଆକାଉଣ୍ଟରେ ଏକ ହଜାର ଟଙ୍କା ସଞ୍ଚୟ କରିବେ। ଏହି ତିନୋଟି ସର୍ତ୍ତ ପୂରଣ କରିଥିବା ଅନେକ ଯୁବକଙ୍କୁ ଠେଲା ବଣ୍ଟନ କରାଯାଇଥିଲା | ଯେଉଁଥିରେ ଢୋଲ ବଜଇବା ବାଲା, ମୋଚୀ କାମ କରିବା ବାଲା, ପ୍ଲାଷ୍ଟିକ ବୋତଲ ଏକାଠି କରି କଷ୍ଟରେ ଚଳୁଥିବା ରାକେଶ, କାଲୁରାମ, ଓମଜୀ ଏବଂ ପୱନ ଢୋଲି ଅନ୍ତର୍ଭୁକ୍ତ ।

 

ଶ୍ରୀମତୀ ଭଗବତୀଜୀ ପାରିକ୍ (ସହ-ବିଭାଗ ସଂଯୋଜିକା  ମହିଳାମଣ୍ଡଳ ଶ୍ରୀଗଙ୍ଗାନଗର ବିଭାଗ) ଙ୍କ ଉଦ୍ୟମ ଏବଂ ଚିନ୍ତାଧାରାରେ   ଆଜି ଏହି ଯୁବକମାନେ ଆତ୍ମସମ୍ମାନ ସହିତ ଏକ ଠେଲା ସ୍ଥାପନ କରି ନିଜ ପରିବାରକୁ ଖାଦ୍ୟ ଯୋଗଉଛନ୍ତି। ଲୁହା କାମ କରି ପରିବାର ଚଳାଉଥିବା ଲୋହାର ମାନଙ୍କର କିସାନ କାର୍ଡ  ତିଆରି କରାଯାଇଥିଲା। ସେମାନେ ବର୍ତ୍ତମାନ ଧାନ ବଜାରରେ ଉପଯୋଗୀ  କୃଷି ଉପକରଣ ତିଆରି କରି ଆତ୍ମସମ୍ମାନ ସହିତ ଜୀବନଯାପନ କରୁଛନ୍ତି |

ଯଦି ମନରେ ସଙ୍କଳ୍ପ କରି କଠିନ ପରିଶ୍ରମ କରିବା ତେବେ ସମୟ ପରିବର୍ତ୍ତନ କରିବାକୁ ଅଧିକ ସମୟ ଲାଗେନାହିଁ | କାହାର ସ୍ଥିତିକୁ ବଦଳାଇବା ପାଇଁ ସମାଜର ସହଯୋଗ ଏବଂ ଉତ୍ତମ ମାର୍ଗଦର୍ଶନ ଯଥେଷ୍ଟ | ସେହି ସ୍ଵୟଂ ସହାୟକ ପରିବାର ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ଖାଦ୍ୟପାଇଁ ହାତ ପତାଉଥିଲେ, 2019 ମସିହାରେ, ଯେତେବେଳେ ଅନୁପଗଡରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ପ୍ରାଥମିକ ଶିକ୍ଷା ଶ୍ରେଣୀ ଆୟୋଜିତ ହୋଇଥିଲା, ସେମାନେ 7 ଦିନ  ପର୍ଯ୍ୟନ୍ତ 100 ଜଣ ସ୍ଵୟଂସେବକଙ୍କୁ ହର୍ଷ ଉଲ୍ଲାସର ସହିତ ଭଜନ କରାଇ ଥିଲେ। ସମସ୍ତ ପ୍ରକାରର ଭେଦଭାବ ଭୁଲି ସମରସତାର ଉଦାହରଣ ସାଜିଥିଲେ। ଆଜି ଏହି ବସ୍ତି ସ୍ଵାବଲମ୍ବନ ପଥରେ ଅଗ୍ରସର।

1378 Views
अगली कहानी